ଖୋର୍ଦ୍ଧା- ପୋଲିସ ହାବୁଡ଼ରେ ଧଳା ଜହର କାରବାର କରୁଥିବା ନିଶା ମାଫିଆ । ଖୋର୍ଦ୍ଧା କୁ ନିଶାମୁକ୍ତ କରିବାକୁ ପୋଲିସ ପ୍ରଶାସନ ର ଚାଲିଛି ଅଭିଯାନ। ଏସପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗତକାଲି ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ଙ୍କ ନେତୃତ୍ୱ ଏକ ଟିମ୍ ପାନବରଜ ଖେଳ ପଡ଼ିଆ ପାଖରେ ସନ୍ଦେହ ଜନକ ଭାବେ ବୁଲୁଥିବା ଜଣେ ଯୁବକ କୁ ଧରି ତା ଠାରୁ ୪୦ଗ୍ରାମ ବ୍ରାଉନ ସୁଗର, ଏକ ସ୍କୁଟି ସହ ଅନ୍ୟ ସାମଗ୍ରୀ ଜବତ କରିଛି।
କିଛି ଦିନ ଧରି ଅଭିଯୁକ୍ତ ବିଭିନ୍ନ ଖେଳ ପଡ଼ିଆ ପାଖରେ ରହି ଯୁବକ ମାନଙ୍କୁ ବ୍ରାଉନ ଶୁଗାର ବିକୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
