ସମ୍ପ୍ରତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି । ରାଜ୍ୟରେ ଖୁଲମ୍ ଖୁଲା ମଦ ବେପାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି ରାଜ୍ୟର ସାମାଜିକ ଜୀବନରେ। ତିରିଂ ଥାନା ଅଞ୍ଚଳରେ ହୋଇଛି ଡବଲ ମର୍ଡର। ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା କରିଛି ଅପରାଧୀ । ନିଶାରେ ହିତାହିତ ଜ୍ଞାନ ଭୁଲି ବିନା କାରଣରେ କାହାକୁ ମାରିଦେବା ଘଟଣା ତିରିଙ୍ଗ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ଘଟିଛି।
ମୃତକ ଦୁଇଜଣ ହେଲେ କୁଲୁଘୁଟୁ ଗ୍ରାମର ଗୋପୀନାଥ ସର୍ଦ୍ଦାର ଓ ବୁଦ୍ଧେଶ୍ୱର ରଣା। ଅଭିଯୁକ୍ତ ଜଣକ ହେଲା ମୋଚକା ଆଲଦା।
ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ ୮.୩୦ ରୁ ୯ ପାଖାପାଖି ସମୟରେ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ନିଜ ଘର ସମ୍ମୁଖରେ ଠିଆ ହୋଇଥିଲା।ମୃତକ ଦୁଇ ଜଣ ଆସୁଥିବା ଦେଖି ନିଶାଶକ୍ତ ଅବସ୍ଥାରେ ଆକ୍ରମଣ କରିବା ସହିତ ଲୁହା ଶାବଳରେ ପିଟି ପିଟି ଘଟଣାସ୍ଥଳରେ ଜୀବନରୁ ମାରି ଦେଇଥିଲା। ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତ ମୋଚକାକୁ କାବୁ କରି ବାନ୍ଧି ନିସ୍ତୁକ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଗିରଫ କରିବା ସହିତ ରାଇରଙ୍ଗପୂର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ତେବେ କୌଣସି ପୂର୍ବ ଶତ୍ରୁତା ନଥାଇ ନିଶାଶକ୍ତ ଅବସ୍ଥାରେ ଅପରାଧୀ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।
ତିରିଂ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତିରିଂ ଥାନା ପୋଲିସ ଡବଲ ମର୍ଡର ନେ଼ଇ ତଦନ୍ତ ଜାରି ରଖିଛନ୍ତି।
