Skip to content
- ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳରେ କାନଫୁଲ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ, ସୁନା ଗହଣା ଉଦ୍ଧାର,
- ବନହରପାଲି ଥାନା ଏରିଆରେ ଘଟିଥିବା କାନଫୁଲ ଚୋରୀ ଘଟଣାରେ ପୁଲିସ୍ ତତ୍ପରତା ଦେଖାଇ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ସୁନା ଗହଣା ଉଦ୍ଧାର କରିଛି।
- ଅଭିଯୋଗ ପାଇବା ପରେ ବନହରପାଲି ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ASI ନାରାୟଣ ମିଶ୍ର ଓ ତପସ୍ୱିନୀ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଚାରପାଲି ବରପାଲି ଗ୍ରାମର ଶିବ ଶଙ୍କର ନାଗଙ୍କୁ ଗିରଫ କରିଥିଲା।
- ଗିରଫ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ସୁନା ଗହଣା ମଧ୍ୟ ଜବତ କରାଯାଇଛି। ପରେ ପୁଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି।
- ବନହରପାଲି ପୁଲିସର ଏହି ତ୍ୱରିତ ଓ ସଫଳ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସ୍ୱର ଶୁଣିବାକୁ ମିଳୁଛି।
Post Views: 39
error: Content is protected !!