କେସିଙ୍ଗା ରେ ବଢ଼ିବାରେ ଲାଗିଛି ଗ୍ୟାଙ୍ଗ ୱାର ।ଗୋଟିଏ ଗୋଷ୍ଠୀ ର ସଦସ୍ୟ କରୁଛନ୍ତି ଅଶାନ୍ତି। ବିଗତ ଦିନରେ ମଧ୍ୟ ବିଭିନ୍ନ ମାମଲାରେ ଜଡ଼ିତ ଥିବା ଗ୍ୟାଙ୍ଗ ର ସଦସ୍ୟ ଙ୍କ ମରଣାନ୍ତକ ଆକ୍ରମଣ ରେ ଯୁବକ ଗୁରୁତର ।ଫାଟିଯାଇଛି ମୁଣ୍ଡ ଲାଗିଛି ୧୦ ଟି ଷ୍ଟିଚ।
ମାମଲା ରୁଜୁ ହୋଇ ତିନି ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ର ହାତ ଖାଲି ।ସତରେ ପୋଲିସ ଟେର୍ ପାଉନି ନା ଜାଣି ଶୁଣି ଛାଡ଼ି ଦେଇଛି ଅଭିଯୁକ୍ତ ଙ୍କୁ ଏହାକୁ ନେଇ ସନ୍ଦେହ ।
କଳାହାଣ୍ଡି ଜିଲ୍ଲା ର ଦ୍ଵାରା ଦେଶ କେସିଙ୍ଗା ସହର ବର୍ତ୍ତମାନ ଅଶାନ୍ତ ହୋଇ ପଡିଛି ।ଗୋଟିଏ ଗ୍ୟାଙ୍ଗ ସବୁ ବେଳେ ସହର କୁ ଅଶାନ୍ତ କରୁଥିବା ଅଭିଯୋଗ ।ଗତ ୧୨ ତାରିଖ ସକାଳୁ ସକାଳୁ ଯିମ୍ ଯାଉଥିବା ତିନି ଯୁବକ ସରୋଜ ମାଝୀ ,ବବ୍ଲୁ ମାଝୀ ଓ ଅଜୟ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ସେହି ଗ୍ୟାଙ୍ଗ ର ସଦସ୍ୟ ।ଘଟଣାରେ ତିନି ଜଣ ଙ୍କ ମଧ୍ୟରୁ ସରୋଜ ମାଝୀ ଗୁରୁତର ହୋଇଥିବା ବେଳେ ପୋଲିସ ରେ ଭଦେବ ଭୋଇ ,ସୁମିତ୍ ନାଏକ ଓ ୫ ଜଣ ଅଜଣା ବ୍ୟକ୍ତି ଙ୍କ ନାମରେ ମାମଲା ରୁଜୁ କରିଛି ।ହେଲେ ସେହି ଯୁବକ ମାନେ କେସିଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲୁଥିବା ଚର୍ଚା ହେଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ ନ କରିବା ଭଳି ଘଟଣା ଦେଖିବାକୁ ମିଳୁଛି ।ସତରେ ପୋଲିସ ଖବର ପାଉନି ନା ଜାଣି ଶୁଣି ସେମାନଙ୍କୁ ଅନୁକମ୍ପା ଦେଖାଉଛି ତାହା ଏବେ ସନ୍ଦେହ ଘେରରେ ।ଗୁରୁତର ଯୁବକ ଜଣକ ଘଟଣା କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ମଧ୍ୟ ସାକ୍ଷାତ୍ କରିଥିବା ବେଳେ ଗ୍ୟାଙ୍ଗ ମୁଖିଆ ବୋଲାଉ ଥିବା ଶୁଭମ୍ ମେହେରା ଙ୍କ ଭାଇ ରଜତ ମେହେରା ପୋଲିସ ହୋମ ଗାର୍ଡ ଥିବା ହେତୁ ପୋଲିସ ମାମଲା କୁ ରଫା ଦଫା କରିବା ପାଇଁ ଜାଣି ଶୁଣି ବିଳମ୍ବ କରୁଥିବା ଚର୍ଚ୍ଚା ହେଉଛି ।ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ସେହି ଗ୍ୟାଙ୍ଗ ର ଜଣେ ସଦସ୍ୟ ଜୈନିକ ଅଞ୍ଚଳର ଜଣେ ଜଣା ଶୁଣା ସାମ୍ୱାଦିକ ହୋଇଥିବାରୁ ପୋଲିସ ତାଙ୍କ କଥା ଶୁଣି ଅଭିଯୁକ୍ତ ମାନଙ୍କୁ ଗିରଫ କରୁନାହିଁ ବୋଲି ଚର୍ଚ୍ଚା ହେଉଛି ।
ଯଥା ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ ନ କଲେ ଆହତ ଜଣଙ୍କ କୋର୍ଟ ର ଦ୍ୱାରସ୍ଥ ହେବା ନେଇ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି । କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପୃଥ୍ୱୀରାଜ ନିଆଲ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
