ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଗଜପତି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ ଙ୍କ ନେତୃତ୍ଵ ରେ ରାୟଗଡ଼ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ର ମହିଳା ମାନଙ୍କୁ ନେଇ ମହିଳା ସଂରକ୍ଷଣ ବିଲ ଅଧିକାର ସପକ୍ଷରେ ଏକ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶ ରେ ଶତାଧିକ ମହିଳା କଳା ବେଜ ପରିଧାନ କରି ବିଜେଡି ଓ କଂଗେସ ଦଳ ବିରୋଧରେ ବିଭିନ୍ନ ନାରା ଦେଇ ରାୟଗଡ଼ ଶିବ ମନ୍ଦିର ନିକଟରୁ ବ୍ଲକ୍ ଅଫିସ୍ ଠାରୁ ଏକ ସଭା ଯାତ୍ରା ବାହାରି ଥିଲା । ଏହି ଅବସରରେ ବିଜେପି ରାୟଗଡ଼ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପ୍ରଧାନୀ, ମହେଶ ପାଇକ ଓ ବିଜେପି ର ସମସ୍ତ ମହିଳା ନେତ୍ରୀ ମାନେ ଉପସ୍ଥିତ ଥିଲେ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ଯୁଜ୍
