ବରଗଡ଼/ ପଦ୍ମପୁର :– ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଚାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖେମେଡ ଖାର ଗ୍ରାମ ଠାରେ ଏକ ଫଳ ଗଛ ର କଲମୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ଅମୀୟ କୁମାର ସାହୁ ପରିଚାଳନା କରିଥିବା ବେଳେ ଅରୁଣ କୁମାର ବାରିକ୍, ସୁଜିତ୍ ବିଶ୍ୱାଳ, ତେଜରାଜ୍ ସାହୁ, ସତ୍ୟବାନ ସାହୁ, ଧନୀରାମ ସାହୁ ଆଦି ଚାଷୀ ତଥା ପୂର୍ବରୁ ତାଲିମ ପ୍ରାପ୍ତ ବ୍ୟକ୍ତିବିଶେଷ କ୍ଷେତ୍ର ଅଭ୍ୟାସ ରେ ସହଯୋଗ କରିଥିଲେ । ଏଥିରେ ଆମ୍ବ, ପିଜୁଳି, ପଣସ ଆଦିର ଉତ୍ତମ ପ୍ରଜାତି ଗଛ ର ଡାଳ କୁ ଅନ୍ୟ ଏକ ସାଧାରଣ ପ୍ରଜାତି ର ଗଛର ଡାଳରେ ଯୋଡ଼ି ଏକ ଭଲ ପ୍ରଜାତି ର ଗଛ କରାଇ ଭଲ ଫଳ ଫଳାଇବାର ତାଲିମ ଦିଆଯାଇଥିଲା । ଏଥିରେ ଆଖ ପାଖ ରୁ ୧୦ ଖଣ୍ଡ ଗ୍ରାମରୁ ୫୦ ଜଣ ଆଗ୍ରହୀ ଚାଷୀ ଯୋଗ ଦେଇ ତାଲିମ ନେଇଥିଲେ । କାର୍ଯ୍ୟକ୍ରମ କୁ ରାଜ ବୋରା ସମ୍ବର୍ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା, ମହାସଂଘ ପଦ୍ମପୁର ତଥା ସର୍ବ ଭାରତୀୟ ପ୍ରଗତିଶୀଳ କୁଲତା ମଞ୍ଚ ଆୟୋଜନ କରିଥିବା ବେଳେ ମହାସଂଘ ରୁ ସଭାପତି ଦେବାର୍ଚ୍ଚନ୍ ସେଠ୍, ଦେବେନ୍ଦ୍ର ସାହୁ, ବ୍ୟାସଦେବ ବାରିକ୍, ବିବେକାନନ୍ଦ ବଢ଼େଇ ଆଦି ସହଯୋଗ କରିଥିଲେ ।
