ସାମ୍ବାଦିକତାର ମୂଲ୍ୟବୋଧ, ସତ୍ୟନିଷ୍ଠ ସମ୍ବାଦ ପରିବେଷଣ ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ପ୍ରୋତ୍ସାହନର ବାର୍ତ୍ତା ନେଇ ଜୟଦେବ ଭବନରେ ଉତ୍ସବମୁଖର ପରିବେଶରେ ପାଳିତ ହୋଇଛି ‘ସମର୍ଥ ସମାଚାର’ର ତୃତୀୟ ପ୍ରତିଷ୍ଠା ଦିବସ। ଦିନବ୍ୟାପୀ ଆୟୋଜନରେ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସାମ୍ବାଦିକତା, କଳା, ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରର ପ୍ରତିଭାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ଅବସରରେ ରାଜସ୍ୱ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, କଣ୍ଟାମାଳ ବିଧାୟକ କନେହିଁ ଚରଣ ଡାଙ୍ଗ, ପୁରୀ ଗୋବର୍ଦ୍ଧନ ପୀଠର ଅଧ୍ୟକ୍ଷ ପଣ୍ଡିତ ମାତୃପ୍ରସାଦ ମିଶ୍ର, ବାଣପୁର ର ଡା. ସୁରେନ୍ଦ୍ର ନାଥ ଦାସ (MBBS), ବୌଦ୍ଧର ଶ୍ରୀ ପ୍ରତୁଷ ପ୍ରିୟଦର୍ଶନୀ ରଥ, ‘ସମର୍ଥ ସମାଚାର’ର ଉପଦେଷ୍ଟା ତଥା ସ୍ରଷ୍ଟା ଭରତ ଭୂଷଣ ବେହେରା ଏବଂ CEO ତଥା ନିର୍ଦ୍ଦେଶିକା ଶୁଭଶ୍ରୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ଓଡ଼ିଶା ତଥା ଭୁବନେଶ୍ୱରର ଗର୍ବ ଓ ଗୌରବ ବଢ଼ାଇଥିବା ଷ୍ଟେଫି ସେନାପତିଙ୍କୁ ‘Mrs Asias 2026–2027’ର ମୁକୁଟ ହାସଲ କରିଥିବାରୁ ସମର୍ଥ ସମାଚାର ପରିବାର ପକ୍ଷରୁ ‘ଆମ ଗର୍ବ ଓ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ବୟନ ଶିଳ୍ପରେ ଅଭିବୃଦ୍ଧି ପାଇଁ ଶ୍ରୀ ପ୍ରକାଶ କୁମାର ମେହେରଙ୍କୁ ‘ସମର୍ଥ ଗୌରବ ପ୍ରତିଭା’ ସମ୍ମାନରେ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ସାମ୍ବାଦିକ, ସାହିତ୍ୟିକ, କଳାକାର, ପ୍ରତିଭା ଓ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ଆୟୋଜନକୁ ଅଧିକ ଗରିମାମୟ କରିଥିଲା। ଶେଷରେ ସମର୍ଥ ସମାଚାରର CEO ତଥା ନିର୍ଦ୍ଦେଶିକା ଶୁଭଶ୍ରୀ ବେହେରା ଉପସ୍ଥିତ ସମସ୍ତ ଅତିଥି, ସାମ୍ବାଦିକ, ସମ୍ମାନିତ ପ୍ରତିଭା ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରିୟଦର୍ଶିନୀ କ୍ଷିରାବ୍ଧିଙ୍କ ତନୟାଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ।
