କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଗୀତାରାଣୀ ଏକ ନମ୍ବର ଘାଟି ଅଞ୍ଚଳରୁ ଜଣେ ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ କୋଇଡ଼ା ପୋଲିସ ଉଦ୍ଧାର କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଶୋକର ଛାୟା ଖେଳିଯାଇଛି।
ମୃତକ ହେଲେ ଅଶୋକ ତର୍କ (୬୩)। ସେ ଦୀର୍ଘଦିନ ଧରି ଗୀତାରାଣୀ ହାଟିଂ ଅଞ୍ଚଳରେ ନିଜ ସାନ ପୁଅଙ୍କ ସହ ରହିଆସୁଥିଲେ। କୌଣସି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା ପ୍ରାଥମିକ ଭାବେ ଜଣାପଡ଼ିଥିଲେ ମଧ୍ୟ, ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ସୁନ୍ଦରଗଡ଼ କୋଇଡାରୁ ଡମୁ ପାତ୍ରଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
