ତାଳଚେରରେ ଦିନକୁ ଦିନ ବଢ଼ୁଥିବା ଚୋରି ଓ ଡକାୟତି ଘଟଣା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ତାଳଚେର ପୋଲିସ।
ତାଳଚେର ଥାନା ଓ ଇଣ୍ଡଷ୍ଟ୍ରିଆଲ୍ ଥାନା ଅଞ୍ଚଳର ବିଭିନ୍ନ ମାମଲାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତମାନେ ଘର, ଦୋକାନ ଓ ଅନ୍ୟାନ୍ୟ ସ୍ଥାନକୁ ଟାର୍ଗେଟ୍ କରି ଚୋରି କରୁଥିଲେ। CCTV ଫୁଟେଜ୍ ଓ ଅନ୍ୟାନ୍ୟ ସୁରାକ୍ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚିଥିଲା।
ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୨୧ ହଜାର ଟଙ୍କା, OD-19-Y-4449 ନମ୍ବରର ଏକ ମୋଟରସାଇକେଲ୍, ଲୁହା ଗ୍ରୀଲ୍ ଏବଂ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରାଯାଇଥିବା ପ୍ରେସ୍ ନୋଟ୍ରେ ଉଲ୍ଲେଖ ରହିଛି।
ଏହା ସହିତ ତାଳଚେର ଥାନାର Case No. 955 ଓ 947, ଏବଂ ଇଣ୍ଡଷ୍ଟ୍ରିଆଲ୍ ଥାନାର Case No. 352 ଓ 353 ସମେତ ଅନ୍ୟାନ୍ୟ ମାମଲା ସହ ଏହି ଅଭିଯୁକ୍ତମାନଙ୍କ ସମ୍ପୃକ୍ତତା ନେଇ ତଦନ୍ତ ଚାଲିଛି।

ଅନ୍ୟପଟେ, ତାଳଚେର ଥାନାର Case No. 1103, ତାରିଖ 27.09.2026, ଏବଂ Case No. 1087, ତାରିଖ 24.09.2026 ଭଳି ମାମଲାରେ ମଧ୍ୟ ଅଭିଯୁକ୍ତମାନଙ୍କ ସମ୍ପୃକ୍ତତା ନେଇ ପୋଲିସ ତଦନ୍ତ ଜାରି ରଖିଛି।
ତାଳଚେର ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଚୋରି ଓ ଡକାୟତି ଘଟଣାରେ ଜଡ଼ିତ ଅନ୍ୟମାନଙ୍କ ଉପରେ ମଧ୍ୟ ନଜର ରହିଥିବା ସୂଚନା ମିଳିଛି।
ତାଳଚେର ରୁ କୃତ୍ତି ବାସ ନାୟକଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
