ଟିଟିଲାଗଡ ୦୨/୧୦/୨୬( ନୀଳାମ୍ବର ବେହେରା) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲ ପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ମହୁଲ ପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଉର୍ବଶୀ ଘି ଭେଳା , ପି ଇ ଓ ଶିବାନୀ ଅଗସ୍ତି , ଏ ଡି ଇ ଓ ଧବଳେଶ୍ୱର ପନିକା , ଜଳ , ଜମି ବିକାଶ ଓ ଜୀବନ ଜୀବିକା ର ବ୍ଲକ କୋ ଅର୍ଡିନେଟର ଜଳନ୍ଧର କୌଶଲ୍ୟା , ନାଏବ ସରପଞ୍ଚ ପୀତାମ୍ବର କଟା , ଶଗଡ଼ ଘାଟ ସାର୍କିଲ ଏ ଆର୍ ଆଇ ମଞ୍ଚାସିନ ରହି ନିଜ ନିଜ ମତ ରଖିଥିଲେ । ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ଜାଳି ସଭା ଆରମ୍ଭ କରିଥିଲେ । ଉକ୍ତ ସଭାରେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ଉପରେ ସମସ୍ତଙ୍କ ପାଇଁ ସମାନ ଭାବରେ ସରକାର ଙ୍କ ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଥିଲା । ସଭାରେ ଉପସ୍ଥିତ ସମସ୍ତ ଅଙ୍ଗନୱାଡି କର୍ମୀ, ସି ଆର୍ ପି , ଓ ଜନ ସାଧାରଣ ସମସ୍ତେ ଆଗକୁ ଶିଶୁ ଶ୍ରମିକ ନିରୋଧ ପାଇଁ ସଂକଳ୍ପ କରି ଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ସ୍ଲୋଗାନ ଦେଇ ଏକ ଶୋଭା ଯାତ୍ରା କରି ଥିଲେ । ଭି ବି ଜି ରାମ ଜି ଯୋଜନା ଅଧୀନରେ ଥିବା ସବୁ ପ୍ରକାର ବ୍ୟବସ୍ଥା କୁ ଗାଁ ସାଥୀ ମାନେ ଲୋକ ଙ୍କ ପାଖ କୁ ସୁବିଧା ଯୋଗାଇ ଦେବେ ବୋଲି ମତ ରଖିଥିଲେ । ଏଥିରେ ୩୭୫ ପ୍ରକାର ର କାମ ହେବ ଓ ଆଗକୁ ବିକାଶ ବଢ଼ି ଚାଲିବ ବୋଲି ଅଧିକାରୀ କହିଛନ୍ତି । ଉକ୍ତ ଗ୍ରାମ ସଭା ରେ ସମସ୍ତ ଗ୍ରାମ ର ଗାଁ ସାଥୀ ମାନେ ଯୋଗ ଦେଇ ନିଜ ନିଜ ଗାଁ ରେ ଆଗକୁ କେଉଁ କେଉଁ କାମ ସବୁ ହେବ ତାହାର ତାଲିକା ତିଆରି କରି ବିଭାଗୀୟ ଅଧିକାରୀ ଙ୍କୁ ଦେଇଥିଲେ । ଦୁଃଖ ର କଥା ଏହା ଯେ ନାଏବ ସରପଞ୍ଚ ପୀତାମ୍ବର କଟା ଙ୍କୁ ଛାଡି କୌଣସି କାରଣ ବଶତଃ ୱାର୍ଡ ସଭ୍ୟ ମାନେ ଯୋଗ ଦେଇ ନ ଥିଲେ ।

