ବଲାଙ୍ଗୀର (୨୨/୧୦) ରାଜ୍ୟ ଆଇନ ସେବା ପ୍ରାଧିକରଣ ନିଦ୍ଧେର୍ଶ ଅନୁସାରେ ଏବଂ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ଶ୍ରୀଯୁକ୍ତ ହୀରନ୍ୟମୟ ବିଶୋଇଙ୍କ ଅନୁମତି କ୍ରମେ ତା. ୨୨.୧୦.୨୦୨୬ ରେ ଧୂବଲପଡା ଗ୍ରାମ ପଂଚାୟତ, ବଲାଙ୍ଗୀର ଠାରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର କାର୍ଯ୍ୟପ୍ରଣାଳୀ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ଏହି କାଯ୍ୟକ୍ରମ ରେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗୀର, ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ଶ୍ରୀଯୁକ୍ତ ଅଚ୍ୟୁତ ପୁରୋହିତ, ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ ଏବଂ ଧୂବଲପଡା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଡି.ଦିଲେଶ୍ବର ସାହୁ ଯୋଗ ଦେଇଥିଲେ। ଏହି ଶିବିର ରେ ସଚିବ ଶ୍ରୀଯୁକ୍ତ ପ୍ରଧାନ ସ୍ଥାୟୀ ଲୋକ ଅଦାଲତ ର ଭୂମିକା ଓ ଜନସାଧାରଣ ମାନଙ୍କୁ ବିନା ଶୁକ୍ଳ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସମ୍ପର୍କରେ, ଲୋକମାନଙ୍କୁ ଅବଗତ କରିଥିଲେ ଏହା ସହିତ ବିପର୍ଯ୍ୟୟ ରେ ପୀଡିତ ବ୍ୟକ୍ତି ମାନଙ୍କୁ NALSA ର ଆଇନ ସେବା ଯୋଗାଇ ଦେବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ସଦସ୍ୟ ଶ୍ରୀଯୁକ୍ତ ପୁରୋହିତ ଲୋକମାନକୁ ବିନା ମୂଲ୍ୟରେ ଲୋକଙ୍କ ନ୍ୟାର୍ଯ୍ୟ ଅଧିକାର ପାଇବା ଉପରେ ଗୁରୁତ୍ୱରୋପ କରିଥିଲେ ଓ ଶ୍ରୀଯୁକ୍ତ ପ୍ରଧାନ ସମୟ ଏବଂ ଅର୍ଥ ରୁ ମୁକ୍ତ ନ୍ୟାୟ ସେବା ଯୋଗାଇ ଦେବାରେ ସ୍ଥାୟୀ ଲୋକ ଅଦାଲତ ଭୂମିକା ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଅଂଚଳ ର ବାସିନ୍ଦା ଏବଂ ପାରା ଲିଗାଲ୍ ଭଲଣ୍ଟିୟର୍ ବନମାଳୀ କୁମ୍ଭାର ଏବଂ ଲଛମାନ ମହାକୁଡ଼ ଉପସ୍ଥିତ ଥିଲେ।
ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦ ପ୍ରତୀକ୍ଷା ନ୍ୟୁଜ୍।
