ଖାଣ୍ଡବା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ
କାଶୀନଗର, ଗଜପତି: ସମ୍ଭାବ୍ୟ ବାତ୍ୟାକୁ ନେଇ ଚାରିଆଡ଼େ ଆଶଙ୍କା ଓ ଆତଙ୍କର ପରିବେଶ ଦେଖାଦେଇଥିବା ବେଳେ, ଏଭଳି ସଙ୍କଟପୂର୍ଣ୍ଣ ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା କିପରି ସୁନିଶ୍ଚିତ କରାଯାଉଛି, ସେନେଇ ଆଜି ସକାଳେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ।
ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ସାଧାରଣ ଜନଜୀବନ ବ୍ୟାହତ ହେବା ସହ ଯୋଗାଯୋଗ ବ୍ୟବସ୍ଥା ଏବଂ ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥାଏ। ବିଶେଷକରି ଗର୍ଭବତୀ ମହିଳାଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ସମ୍ବେଦନଶୀଳ। ଏଭଳି ପରିସ୍ଥିତିରେ ସମୟୋଚିତ ଚିକିତ୍ସା, ଆବଶ୍ୟକ ଔଷଧ, ନିରାପଦ ପ୍ରସବ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ମାଆ ଓ ଶିଶୁଙ୍କ ଜୀବନ ରକ୍ଷାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ।
ଏହି ପରିପ୍ରେକ୍ଷୀରେ ବିଧାୟକ ଖାଣ୍ଡବା ସ୍ୱାସ୍ଥ୍ୟ କେନ୍ଦ୍ରରେ ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ପାଇଁ କିଭଳି ଯତ୍ନ ଓ ଚିକିତ୍ସା ବ୍ୟବସ୍ଥା ରହିଛି, ସେନେଇ ଅନୁଧ୍ୟାନ କରିଥିଲେ ବିଧାୟକ।

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ଯୁଜ୍।
