ଲଇକେରା,୨୯/୧୦: ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ସଦର ମହକୁମାରେ ଗୁରୁବାର ସିଭିଲ ଜୁନିୟର ଡିଭିଜନ ତଥା ଜେଏମଏଫସି ଅଦାଲତ ଉଦଘାଟିତ ହୋଇଯାଇଛି ।ଝାରସୁଗୁଡା ଜିଲ୍ଲା ଜିଲ୍ଲା ଦୈାରାଜଜ୍ ପ୍ରଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ତ୍ୱ ରେ କଟକ ହାଇକୋର୍ଟ ରୁ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ଯ ବିଚାରପତି ହରିଶ ଟଣ୍ଡନ ଓ ବିଚାରପତି ମୁରାହରୀ ଶ୍ରୀରମଣ ପୂର୍ବାହ୍ନ ୧୦ଟାରେ ଉଦଘାଟନ କରିଥିଲେ ।ଉଦଘାଟନ ପୁର୍ବରୁ ଉପ-ପ୍ରଶାସନିକ ଅଧିକାରୀ ରଞ୍ଜିତ କୁମାର ଥାନାପତି ଏବଂ ସହ ଉପ ପ୍ରଶାସନିକ ଅଧିକାରୀ ସୁବାଷ ଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ୱାବଧାନ ରେ ପଣ୍ଡିତ ଅଜୟ ଶର୍ମାଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ନୂତନ କୋର୍ଟ ଗୃହ ପ୍ରତିଷ୍ଠା କରାଯାଇଥିଲା ।ଏହି ଅବସର ରେ ଝାରସୁଗୁଡା ଓକିଲ ସଂଘର ସଭାପତି ରଘୁମଣୀ ପଟେଲ, ସାଧାରଣ ସମ୍ପାଦକ ନୀଳାନ୍ଦ୍ରୀ ବିହାରୀ ପଣ୍ଡା,ବରିଷ୍ଠ ଆଇନଜୀବୀ ସନ୍ତୋଷ ଦାସ,ସନ୍ଦୀପ ଅଗସ୍ତୀ,ବିଶ୍ୱନାଥ ନାୟକ,ନୀରଜାକାନ୍ତ ମିଶ୍ର, ତପନ ନନ୍ଦ,ମୋତିଲାଲ ବେହେରା, ହେମସାଗର ବେହେରା,ରଜତ ନାଏକ, ବିରେନ୍ଦ୍ର ଗନ୍ଧା,ହେମସାଗର ଗନ୍ଧା, ହରିଶଙ୍କର ଅଗ୍ରୱାଲ, ବିରଞ୍ଚି ମେହେର, କବିତା ରାୟ ଉପସ୍ଥିତ ଥିଲେ ।ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଜୋନ୍-ଖ ଅଞ୍ଜୁକ୍ତା ବେହେରା,ସ୍ଥାନୀୟ ସରପଞ୍ଚ ପ୍ରିୟମ୍ୱଦା ବେହେରା, ବରିଷ୍ଠ ନାଗରିକ ସଭାପତି ପଞ୍ଚାନନ ନାଏକ, ବରିଷ୍ଠ ନାଗରିକ ସଭ୍ୟ ପ୍ରେମସାଗର ବେହେରା,ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭୁପାଳ ଚନ୍ଦ୍ର ବେହେରା,ଗ୍ରାମ୍ୟ କମିଟି ସମ୍ପାଦକ କାର୍ତ୍ତିକ ବେହେରା, ସମାଜସେବୀ ମନୋଜ ବେହେରା,ସୁରେନ୍ଦ୍ର ପଟେଲ, ଦିଲ୍ଲୀପ ବେହେରା,ଅର୍ଜୁନ ମେହେର, ସାମ୍ୱାଦିକ ଦେବେନ୍ଦ୍ର ବେହେରା, ଅନିଲ କୁମାର ସରାଫ,ରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଦିଲ୍ଲୀପ କୁମାର ମାଝୀ,ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର,ଏସଡିପିଓ ଉମାଶଙ୍କର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ଶେଷରେ ସଭାପତି ଜିଲ୍ଲା ଦୈାରାଜଜ୍ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ମାଗଣା ଆଇନସେବା ଓ ସହାୟତା, ମଧ୍ୟସ୍ଥତା ଦ୍ୱାରା ବିଚାରଧୀନ ମାମଲାର ଆଇନଗତ ସମାଧାନ ଭଳି ଅନେକ ଯୋଜନାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଜନସାଧାରଣଙ୍କୁ ସମ୍ୟକ୍ ଧାରଣା ଦେଇଥିଲେ ।ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଚାରପତି ପବିତ୍ର ମୋହନ ପଣ୍ଡା ଓ ସରକାରୀ ଓକିଲ ବିଘ୍ନରାଜ ଚାନ୍ଦଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ପ୍ରଥମ ଦିନରେ ଗୋଟିଏ ମାମଲା ର ଦୁଇଜଣ ସାକ୍ଷୀ ହାଜର ହୋଇ ବିଚାରପତିଙ୍କ ସାମନାରେ ବୟାନ ପ୍ରଦାନ କରିଥିଲେ ।

