ତିର୍ତ୍ତୋଲ(ମାନସ କୁମାର ସୁତାର):-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଖଡ଼ପୁର ଛକସ୍ଥିତ ମା’ ତାରିଣୀ ମନ୍ଦିର ନିକଟରେ ମହାବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ସମୂହ ଦୀପଦାନ ଓ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମାର ସଦ୍ଗତି କାମନା କରି ଦୀପ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକର୍ମରେ ଆଇନିଯିବି ସୁଧୀର ଚନ୍ଦ୍ର ଖୁଣ୍ଟିଆ, କିଶୋର ଦାସ, ବସନ୍ତ ଦାସ ନଗୁ ଚରଣ ଦେବତା, ନରେନ୍ କୁମାର ଦାସ,ପ୍ରକାଶ ସାହୁ,କୈଳାଶ ପ୍ରଧାନ,ହୃଷି କେଶ ରାଉତରାୟ,ଓ ଅନ୍ୟମାନେ ଯୋଗଦେଇଥିଲେ ।
