:ଓଡ଼ିଶାର ଯାଜପୁର ଜିଲ୍ଲା ବରୀବ୍ଲକ ଅନ୍ତର୍ଗତ ବରୀ ବାର ଆସୋସିଏସନ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଅବସରରେ ନୂତନ ଭାବେ ନିର୍ବାଚିତ ବାରର କାର୍ଯ୍ୟକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଆଜି ବରୀ ତହସିଲ ପରିସରର କାର୍ଯ୍ୟାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି | ଯାଜପୁର କୋର୍ଟର ଆଇନଜୀବୀ ଚିତ୍ତରଞ୍ଜନ ଓଝା ମୂଖ୍ୟ ଅତିଥି ଭାବେ ଯୋଗଦାନ କରି ଆଇନ ଜୀବିଙ୍କୁ ଶପଥ ପାଠ କରାଇଥିଲେ | ସ୍ଥାୟୀ ସଭାପତି ଆଇନଜୀବୀ ରାଜକିଶୋର ସାମଲ, ଉପ ସଭାପତି ହରିଶ ଚନ୍ଦ୍ର ଧଳ,ସମ୍ପାଦକ ବାବାଜୀ ଚରଣ ଜେନା, ଯୁଗ୍ମ ସମ୍ପାଦକ ଧୀରେନ୍ଦ୍ର ସ୍ୱାଇଁ,ସହ ସମ୍ପାଦକ ଜ୍ଞାନେନ୍ଦ୍ର ମଲିକ, ପାଠାଗାର ସମ୍ପାଦକ ବାଞ୍ଛାନିଧି ସାହୁ, ପାଠାଗାର ସହ ସମ୍ପାଦକ ତପନ କୁମାର ଜେନା, କୋଷାଧକ୍ଷ ଗୁଣନିଧି ନାୟକ, ସାଂସ୍କୃତିକ ସମ୍ପାଦକ ପବିତ୍ର କୁମାର ମଲିକ,ସାଂସ୍କୃତିକ ସହ ସମ୍ପାଦକ ପରେଶ ଚନ୍ଦ୍ର କର ଏପରି ପ୍ରମୁଖ ଆଇନଜୀବୀ ମାନଙ୍କୁ ଶପଥ ପାଠ କରାଇଥିଲେ |ସଦସ୍ୟ ମାନଙ୍କ ମଧ୍ୟରେ ନନି ଗୋପାଳ ଜେନା, ଅଜାମ୍ବର ମଲିକ,ପ୍ରଶାନ୍ତ କୁମାର ବେଉରିଆ, ସଂଯୁକ୍ତା ସେଠି,ପ୍ରମିଳା ରଥ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ଭାବେ ଶପଥ ନେଇଥିବା ଜଣାପଡିଛି |ପରିଶେଷରେ ଆଇନ ଜୀବିଙ୍କ ପାଇଁ ଏକ ସଭା କରାଯାଇ ସାଙ୍ଗଠନିକ କାର୍ଯ୍ୟକ୍ରମ,ସମସ୍ୟା, ଜନସାଧାରଣଙ୍କ ସମସ୍ୟା ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା |ସଭା ଶେଷରେ ଧୀରେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ସହିତ ସଂଘ କିପରି ଆଗକୁ ସଠିକ ଭାବେ ପରିଚାଳିତ ହେବ ସେ ବିଷୟରେ ସମ୍ୟକ ବକ୍ତବ୍ୟ ପ୍ରଦାନ କରି ସଭା ସାଙ୍ଗ କରିଥିଲେ |
Sendar :ଓଡ଼ିଶାର ଯାଜପୁର ଜିଲ୍ଲାରୁ ବିୟୁରୋ ଚିଫ ଶଙ୍କର ସେଠୀଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ |
