ଚଣ୍ଡିଖୋଲ :(ରଶ୍ମିରଂଜନ ବିଶ୍ୱାଳ )ଆସୁଛି ପାର୍ବଣର ଓ ବିବାହର ଋତୁ।ଏବେକାର ଯୁବ ସମାଜ ମନୋରଞ୍ଜନ ସହ ଭଷାଣି ଓ ବରଯାତ୍ରୀ କାର୍ଯ୍ୟକ୍ରମରେ ଡିଜେ ବାଜିବାକୁ ମନୋରଞ୍ଜନର ପ୍ରମୁଖ ଭୂମିକା ଭାବେ ଗ୍ରହଣ କରୁଥିବା ବେଳେ ଏହି ଡିଜେର ଉଚ୍ଚ ସ୍ୱର ଅନେକ ଲୋକଙ୍କୁ ସମସ୍ୟାରେ ପକାଇଥାଏ। ଗ୍ରାମରେ ଥିବା ଅନେକ ହୃଦରୋଗୀ, ଛୋଟ ଶିଶୁ ଓ ଗର୍ଭବତୀ ମହିଳା ଆଦି ଅନେକ ବ୍ୟକ୍ତି ବିଶେଷ ଡିଜେର ଉଚ୍ଚ ସ୍ୱରରେ ବ୍ୟତିବେସ୍ଥ ହୋଇପଡନ୍ତି। ଅନେକ ଘର ଦ୍ୱାର ପ୍ରଭାବିତ ହୁଏ ଅନେକ ରୋଗୀ ମୃତ୍ୟୁ ବରଣ କରନ୍ତି ଏବଂ ଅନେକ ଲୋକ ମଧ୍ୟ ପ୍ରଭାବିତ ହୁଅନ୍ତି।ଗ୍ରାମରେ ସୁସ୍ଥ ପରିବେଶ ସୃଷ୍ଟି ସହ ଗ୍ରାମବାସୀଙ୍କ ସୁରକ୍ଷା ଓ ସୁସ୍ଥ ଜୀବନର ସୁରକ୍ଷା ପାଇଁ ବଡ଼ଚଣା ଥାନା ଅନ୍ତର୍ଗତ କୋହ୍ଲାସିଂ ଓ ଖରମଙ୍ଗି ଗ୍ରାମରେ ଗ୍ରାମର ଉଦୀୟମାନ ଯୁବକ, ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ବିଚାର କରି ଗ୍ରାମରେ ସୁସ୍ଥ ପରିବେଶ ପାଇଁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗ୍ରାମରେ ଡିଜେ ବାଜିବା ବନ୍ଦ ପାଇଁ ଏକ ସୁନ୍ଦର ପଦକ୍ଷେପ ଗ୍ରହଣ କରିଛନ୍ତି।ଏହି ଦୁଇ ଗ୍ରାମରେ ଡିଜେ ବନ୍ଦ ପାଇଁ ଗ୍ରାମବାସୀଙ୍କ ତରଫରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିବା ସହ ପଞ୍ଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତି ମାନଙ୍କ ପରାମର୍ଶ ଓ ପରେ ବଡ଼ଚଣା ଥାନାରେ ମଧ୍ୟ ଏହି ବିଷୟରେ ଲିଖିତ ଭାବେ ଅବଗତ କରାଯାଇ ଏହି ଦୁଇଗ୍ରାମରେ ଡିଜେ ବନ୍ଦ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି।ଯାହା ଦ୍ୱାରା ଗ୍ରାମରେ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବ ଓ ଜନସାଧାରଣ ନିରୋଗ ଜୀବନ ବିତାଇପାରିବେ।ଏହାକୁ ନେଇ ଏହି ଦୁଇ ଗ୍ରାମ ଏକ ଉଦାହରଣ ସାଜିଥିବା ଏନେକ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛିl

