ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ,ଦକ୍ଷ ରାଜନେତା, ଆସାମର ପୂର୍ବତନ ରାଜ୍ୟପାଳ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଆଜି କଟକରେ ଲୋକାର୍ପିତ ହୋଇଛି। କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂ ଙ୍କ ପ୍ରତ୍ଯକ୍ଷ ଉଦ୍ୟମରେ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଦୟା ଆଶ୍ରମ ପରିସରରେ ରାଜ୍ୟସଭା ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର, ବାରବାଟି-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ,ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ନେତା ଶ୍ରୀ ସୁର ରାଉତରାୟ, ଶ୍ରୀ ଶଶିଭୂଷଣ ବେହେରା, ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କ ସମେତ ସମସ୍ତ ରାଜନୈତିକ ଦଳର ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଭାରତର ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ଶ୍ରୀ ଅନଙ୍ଗ ଭୂଷଣ ପଟ୍ଟନାୟକଙ୍କ କରକମଳରେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ର ଲୋକାର୍ପଣ କରା ଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ, ଏକାଧାରରେ ଜଣେ ଲେଖକ, ସାମ୍ବାଦିକ, ସଂଗଠକ, ସଂସ୍କୃତ ଭାଷାବିତ ତଥା ସଫଳ ରାଜନୀତିଜ୍ଞ ଭାବେ ସ୍ୱର୍ଗତଃ ପଟ୍ଟନାୟକଙ୍କୁ ସମ୍ମାନ ଦେଇଥିବା କଟକ ମହାନଗର ନିଗମ ଆଜି ପ୍ରଶଂସାରେ ପୋତି ହୋଇପଡିଥୂଲା। ଏଥୂ ପୂର୍ବରୁ ନିଗମର ବିଭିନ୍ନ ସ୍ଥାନରେ,ସ୍ଵଃ ନବକୃଷ୍ଣ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ,ସ୍ବର୍ଗତା ନନ୍ଦିନୀ ଶତପଥୀ ଏବଂ ସହୀଦ ବାଜି ରାଉତଙ୍କ ପ୍ରତିକୃତି ସ୍ଥାପନ କରି ପୂଜ୍ୟପୂଜା ର ପ୍ରକୃତ ସ୍ଥାନ କଟକ ମହାନଗର ନିଗମ ଦେଇଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି।
କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ

