ହିନ୍ଦୋଳ: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ୍ ଅଫିସରେ ବ୍ୟାପକ ଦୁର୍ନୀତି ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ହିନ୍ଦୋଳ ଓକିଲ ସଂଘ ପକ୍ଷରୁ ଅଫିସ୍ ସାମ୍ନାରେ ଆନ୍ଦୋଳନ ଓ ଅନଶନ କରାଯାଇଛି। ୧ ବର୍ଷ ୫ ମାସ ବିତିଯାଇଥିଲେ ବି ଲୋକଙ୍କୁ ପଟ୍ଟା ନମିଳିବା, ଘରବାରୀ ରିପୋର୍ଟରେ ବିଳମ୍ବ ଏବଂ ଫାଇଲ୍ ପେଣ୍ଡିଙ୍ଗ୍ ପାଇଁ ଦୈନିକ ୨୫୦ ଟଙ୍କା କଟିବା ନିୟମ ଲାଗୁ ନହେବା ନେଇ ଓକିଲମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଆନ୍ଦୋଳନ ସମୟରେ ତହସିଲଦାର ଦିଲ୍ଲୀପ କୁମାର ସେଠୀ ଓ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବିଶ୍ୱାଳଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସାଧାରଣ ଲୋକଙ୍କୁ ବିନା ଲାଞ୍ଚରେ ସଠିକ୍ ସେବା ଯୋଗାଇଦେବାକୁ ଓକିଲ ସଂଘ ଓ ସଭାପତି ସୁଶୀଳ କୁମାର ଗଡ଼ନାୟକ ଦାବି କରିଛନ୍ତି।
ହିନ୍ଦୋଳ ରୁ ସନାତନ ନାଥଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ୍
