ବରଗଡ଼/ ପଦ୍ମପୁର :– ବରଗଡ଼ ଜିଲ୍ଲା ରାଜ ବୋରା ସମ୍ବର ପଞ୍ଚାୟତ ସମିତି ତରଫରୁ ବ୍ଲକ୍ ସମ୍ମିଳନୀ କକ୍ଷ ରେ ବ୍ଲକ୍ ସ୍ତରୀୟ ସେବା ସେତୁ କେମ୍ପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ, ବିଶିଷ୍ଟ ବିଜେପି ନେତା ମକରଧ୍ବଜ ବଗାର, ସାଂସଦ ନୋମିନି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ତଥା ବ୍ଲକ୍ ର ସମସ୍ତ ବିଭାଗରୁ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଦେବତା ଲୋକଙ୍କ ସମସ୍ତ ଦାବୀ ଗୁଡ଼ିକୁ ପୂରଣ କରିବା, ସମସ୍ୟା ସବୁର ସମାଧାନ କରିବା, ଗ୍ରାମସଭା ଗୁଡିକରେ ସବୁ ଲୋକଙ୍କ ସହ ସମସ୍ତ ଅଧିକାରୀ ମାନଙ୍କ ଯୋଗଦାନ କୁ ଗୁରୁତ୍ୱ ଦେବା, ଅନ୍ୟାନ୍ୟ ସମସ୍ତ ସ୍କିମ ଗୁଡ଼ିକୁ କାର୍ଯ୍ୟକାରୀ କରି ସମସ୍ତ କାମ କରିବା ଆମମାନଙ୍କ ଦାୟିତ୍ୱ ବୋଲି ସମସ୍ତ ଅଧିକାରୀ ମାନଙ୍କୁ ସୂଚୀତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଲୋକଙ୍କ ସମସ୍ତ କାମ ଗୁଡିକୁ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା ମାନ ମଧ୍ୟ କରାଯାଇଥିଲା ।

ବରଗଡ଼ ରୁ ଫକୀର ରଣା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ୍।
